ସୁରତରେ ବଡ ଧରଣର ଅଘଟଣ ,ଗ୍ୟାସ ଲିକ୍ ହୋଇ ୬ମୃତ
ମେଟ୍ରୋ ଟିଭି ଓଡିଶା,୬/୧: ବର୍ଷ ଆରମ୍ଭରୁ ଘଟି ଯାଇଛି ଅଘଟଣ । ଗୁରୁବାର ସକାଳୁ ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ଜଣଙ୍କର ମୃତ ଘଟିଛି । ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ ଜିଆଇଡିସି ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି। ଗ୍ୟାସ ଲିକ୍ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଲୋକମାନେ ଚେତା ହରାଇବା ଆରମ୍ଭ କରିଥିଲେ। ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।