ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ

ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉ ମାନଙ୍କର ବନକ ଲାଗି କରାଯିବ ।

ଶ୍ରୀଜୀଉ ମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ପ୍ରତିମାସରେ ହାରାହାରି ଦୁଇଥର ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ ।

ଦିପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ୟ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକ ଲାଗି କୁହାଯାଏ ।