ଆଜି ପବିତ୍ର ମକର ସଂକ୍ରାନ୍ତି , ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ

ଆଜି ପବିତ୍ର ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ୟ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ୟ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ। ଲୋକମାନେ ଘରେ ମିଭିନ୍ନଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ବତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ଏହିଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ।