ଏଚ୍ଏମ୍ପି : ସର୍ଭେଲାନ୍ସ ପାଇଁ ଜିଲ୍ଲା ଗୁଡ଼ିକୁ ନିର୍ଦେଶ
ଏଚ୍ଏମ୍ପି ଭାଇରସ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର । କହିଛନ୍ତି, ଏଚ୍ଏମ୍ପିଭି ନେଇ ବର୍ତ୍ତମାନ ସୁଦ୍ଧା କିଛି ଗାଇଡଲାଇନ ଏଯାଏଁ ଆସିନି। କେନ୍ଦ୍ର ଓ ଏନ୍ସିଡିସିର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦେଶକୁ ଅପେକ୍ଷା କରାଯାଇଛି । ଗାଇଡଲାଇନ୍ ଆସିଲେ ତାକୁ ପାଳନ କରାଯିବ । ଏ ରୋଗର ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, କାଶ, ତାପରେ ନିମୋନିଆ ହୋଇପାରେ । ଏହି ରୋଗର କୌଣସି ସ୍ଵତନ୍ତ୍ର ଟ୍ରିଟମେଣ୍ଟ ନାହିଁ ।
ନିମୋନିଆ ହେଲେ ଯେଉଁ ଟ୍ରିଟମେଣ୍ଟ ଚାଲେ ଏଚ୍ଏମ୍ପିଭିରେ ମଧ୍ୟ ସମାନ ଟ୍ରିଟମେଣ୍ଟ । କୋଭିଡ ସମୟରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ଅଛି । ବିଭାଗ ପ୍ରସ୍ତୁତ ଅଛି, ସର୍ଭେଲାନ୍ସ ଚାଲିଛି । ଏହି ରୋଗର ସିଭିଆରିଟି ବିଶେଷ ନାହିଁ। ଜିଲ୍ଲା ଗୁଡିକୁ ସର୍ଭେଲାନ୍ସ ନିର୍ଦେଶ ଦିଆଯାଇଛି। ସଂକ୍ରମଣ ସମୟରେ ଔଷଧ ଓ ଅକ୍ସିଜେନ, ଷ୍ଟେରୋଏଡ ମହଜୁଦ ରଖିବାକୁ ହସ୍ପିଟାଲ ଗୁଡିକୁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।