ନିଯୁକ୍ତ ହେବେ 5 ହଜାର ଡ଼ାକ୍ତର

 ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି।  ଏହି କ୍ରମରେ ଖୁବଶୀଘ୍ର ୫୦୦୦ ଡାକ୍ତର, ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ।  ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ୨୦୧୪ ମସିହା ପରେ ଯେତେ ସବୁ ବଡ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଗୃହରେ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ଆଜି ସ୍ବାଭାବିକ ଚାଲିଛି ଗୃହରେ ପ୍ରଶ୍ନେତ୍ତର କାର୍ୟ୍ୟ।