ଉତ୍କଳ ଦିବସରେ ଗାନ ହେବ‘ବନ୍ଦେ ଉତ୍କଳ ଜନନୀ’

ଉତ୍କଳ ଦିବସରେ ଗାନ ହେବ‘ବନ୍ଦେ ଉତ୍କଳ ଜନନୀ’

ମେଟ୍ରୋ ଓଡିଶା (୩୧.୩.୨୦୨୨) :

ଆସନ୍ତା କାଲି ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ର ସାମୂହିକ ଗାନ ପାଇଁ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସନ୍ଧ୍ୟା ୬ଟାରେ ସମୂହ ଗାନ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଯୋଗ ଦେବେ । ସେଠାରେ ସନ୍ଧ୍ୟା ୬ଟାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାମ ମଧ୍ୟ ପ୍ରସାର କରାଯିବ । ପ୍ରତି ଜିଲ୍ଲାରେ ଏହି ସଭାସମିତି ଆୟୋଜନ ହେବ । ଜିଲ୍ଲା ପରିଷଦ ସଭାପତିମାନେ ଏହି ଆୟୋଜନର ଦାୟିତ୍ୱ ନେବେ । ସନ୍ଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ।