ପଞ୍ଚୁକର ଦ୍ବିତୀୟ ଦିନ , ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରିବେ ଭକ୍ତ

ପଞ୍ଚୁକ ବ୍ରତ ପାଇଁ ଶୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ଼ । ପ୍ରଥମ ଦିନ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରିବେ । ଭକ୍ତଙ୍କ ଭିଡ଼ ରହିଥିବାରୁ ପ୍ରଶାସନ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ଲଗାଯାଇଛି ବ୍ୟାରିକେଡ଼ । ତେବେ ପଞ୍ଚୁକର ଦ୍ବାଦଶୀ ତିଥିରେ ମଧ୍ୟ ଶ୍ରୀକ୍ଷେତ୍ରରେ ଲାଗିଛି ଗହଳିଚହଳି । ହଜାର ହଜାର ଭକ୍ତ ରତ୍ନବେଦୀରେ ଶ୍ରୀଜୀଉଙ୍କ ଚିତ୍ତାକର୍ଷକ ବେଶ ଦର୍ଶନ କରି କୃପାଲାଭ କରିବେ । ଦର୍ଶନ ସମୟରେ ଧଡ଼ା ପକାଯାଇ ବର୍ଯ୍ୟାୟ କ୍ରମେ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ସେପଟେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି ।