ଓଡ଼ିଶା ଏକ ନମ୍ବର ରାଜ୍ୟ କରିବା ପାଇଁ ନିବେଶକଙ୍କୁ ଓଡ଼ିଶା ଆସିବାକୁ ନିବେଦନ କରିବି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୦୦ ଦିନରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଛି। ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣିବାକୁ ଆମର ଲକ୍ଷ୍ୟ ରହିଛି।
ଏଥିପାଇଁ ସେ ରାଜ୍ୟବାସୀଙ୍କ ଆଶୀର୍ବାଦ ମଧ୍ୟ ଲୋଡ଼ିଛନ୍ତି। ଆଜିଠୁ ନୂଆଦିଲ୍ଲୀରେ ଏହି ରୋଡ୍ ସୋ’ରେ ନରୱେ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ୍, ଜାପାନ, ବ୍ରାଜିଲ୍, ଆର୍ଜେଣ୍ଟିନା, ଆମେରିକା, ଥାଇଲ୍ୟାଣ୍ଡ, ଭିଏତନାମ ଓ ବ୍ରିଟେନ୍ ଭଳି ୩୪ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ। ରାଜ୍ୟ ସରକାର ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରଠାରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆୟୋଜନ କରିବାକୁ ଘୋଷଣା କରିଛନ୍ତି।
ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଲାଗି ନୂଆଦିଲ୍ଲୀରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫’ ରୋଡ୍ ସୋ’ ଆୟୋଜନ କରାଯିବ। ସେଥିରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।