ଭୁବନେଶ୍ବର: ଓଡ଼ିଶାର ଚେସ୍ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍ କ୍ବିନ୍ସ ଅନ୍ଲାଇନ୍ ବ୍ଲିଜ୍ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ବାଦେଲ୍କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ଟାଇବ୍ରେକର୍ରେ ପଦ୍ମିନୀ ବିଜେତା ଘୋଷିତ ହୋଇଥିଲେ। ପଦ୍ମିନୀ ୯ ମ୍ୟାଚ୍ ଜିତିଥିଲା ବେଳେ ଦୁଇଟିରେ ପରାଜିତ ହୋଇଥିଲେ।ଆଜରବାଇଜାନ୍ର ସାଦତ ବସିର୍ଲି, ମମାଡୋଭା, ଫ୍ରାନ୍ସର ସେସିଲେ ହାଉସେର୍ନୋଟ୍, ଭାରତର ଭୋନ୍ତି ତ୍ରିପୁରାମ୍ବିକା, ଜର୍ଜିଆର ମେରି ଅରାବିଦ୍ଜେ, ପୋଲାଣ୍ଡର ଆଲେକଜାଣ୍ଡ୍ରା ମାଲ୍ତସେଭ୍ସକ୍ୟ, ରୁଷିଆର ଆନାସ୍ତାସିଆ ବୋଦ୍ନାରୁକ୍, ୟୁକ୍ରେନ୍ର ଇଭ୍ଜେନିଆ ଦେଲଉହାନୋଭା, ଭିଏତ୍ନାମ୍ର ହୋଆଙ୍ଗ ବାଓ ଆଲ୍ ତ୍ରାନ୍ଙ୍କୁ ପଦ୍ମିନୀ ହରାଇଥିଲା ବେଳେ ଭାରତର ସବିତା ଶ୍ରୀ ବି ଓ ବେଲାରୁଷର ଓଲ୍ଗା ବାଦେଲ୍କାଙ୍କଠାରୁ ସେ ପରାଜିତ ହୋଇଥିଲେ। ଆଗକୁ ତାମିଲନାଡୁରେ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ମହିଳା ଚେସ୍ ଚାମ୍ପିଅନ୍ସିପ୍ ଉପରେ ପଦ୍ମିନୀଙ୍କ ନଜର ରହିଛି।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post