ଡେଙ୍ଗୁରେ ଖୋର୍ଦ୍ଧା ଏକ ନମ୍ବର: ସ୍ୱୀକାର କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଡେଙ୍ଗୁରେ ଖୋର୍ଦ୍ଧା ଏକ ନମ୍ବର। ସ୍ୱୀକାର କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୨ ଦିନ ତଳେ ସର୍ଭେ କରାଯାଇଥିଲା। ଷ୍ଟାଟିଟିକ୍ସ କହୁଛି ଡେଙ୍ଗୁ ସଖ୍ୟା ଖୋର୍ଦ୍ଧାରେ ଅଧିକ ରହିଛି। ଭୁବନେଶ୍ଵରରେ ଅଧିକ କେସ ରହିଛି। ଟେଷ୍ଟିଂ ବଢୁଛି ସେଥିପାଇଁ ସଂଖ୍ୟା ବୃଦ୍ଧି ପାଉଛି। ଆଗାମୀ ଦିନରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଡେଙ୍ଗୁ ପାଇଁ ବିଏମସିକୁ ଦାୟୀ କଲେ ଏକାମ୍ର ବିଧାୟକ ବାବୁ ସିଂ। ପ୍ରତିକାର ପାଇଁ ଯେଉଁଭଳି ପଦକ୍ଷେପ ନେବା କଥା ସେଥିରେ ଅବହେଳା ହୋଇଛି। ସରକାରୀ ସ୍ତରରେ ବିଏମସି ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ କହିଛନ୍ତି ବାବୁ ସିଂ।