ପୁରୀ: ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ମହାବିଭ୍ରାଟ । ଏନେଇ ବିଭିନ୍ନ ସେବାୟତ ଖୋଲାଖୋଲି ଗଣମାଧ୍ୟମରେ ମୁହଁ ଖୋଲି କହୁଛନ୍ତି । ରଥ ଯାତ୍ରା ପୂର୍ବରୁ ଏବଂ ପରେ ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି ବୋଲି ସେବାୟତମାନେ ଅଭିଯୋଗ କରୁଛନ୍ତି।ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି। ଶହ ଶହ ବର୍ଷ ଧରି ଚାଲି ଆସୁଥିବା ନୀତିରେ କିଛି ସେବାୟତ ଙ୍କ ଦ୍ବାରା ମହାବିଭ୍ରାଟ କରାଯାଇଛି। ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଛି। ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି। ଭୋକଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦ ବଦଳରେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ। ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି ବିଷ ଓଗାଳିଛନ୍ତି । ଖାଲି ସେ ନୁହଁନ୍ତି ବଡ଼ ଠାକୁରଙ୍କ ପଡ଼ିଯିବାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଧିକ ସେବାୟତ ରଥରେ ଚଢ଼ିବା, ନୀତି ନିୟମ ନମାନିବାକୁ ନେଇ ସେବାୟତମାନଙ୍କୁ ଦାୟୀ କରାଯିବାକୁ ବରିଷ୍ଠ ନାଗରିକମାନେ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ ସରକାର ମଧ୍ୟ ତଦନ୍ତ କରିବେ ବୋଲି କହିଛନ୍ତି । ତେବେ ଏବେ ପରିଚାଳନା କମିଟି ପାଇଁ ରତ୍ନଭଣ୍ଡାର ଖୋଲିବା ବଡ଼ ପ୍ରସଙ୍ଗ ହୋଇଛି । ନୂଆ ଶ୍ରୀମନ୍ଦିର ପ୍ରଶାସକ କିପରି ନୀତି ନିୟମ ପାଳନ ପାଇଁ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ