ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି
ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ ଶୁଭ ଆଶୀର୍ବାଦ, ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଚାଲିଥିବା ବିବାହ ଉତ୍ସବ ସାରା ମୁମ୍ବାଇକୁ ଚମକାଇ ଦେଇଥିଲା। ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ପାଇଁ ୫ହଜାର କୋଟି ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏହି ଉତ୍ସବରେ ସାମିଲ ହୋଇଥିଲେ ଅମିତାଭ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା, ନିକ ଜୋନସ, କିମ କାର୍ଦସିଆନ, ହଲିଉଡ ଅଭିନେତା, ଏବଂ ଶାହାରୁଖ ଖାଁ, ସଲମାନ ଖାଁ, ରଣବୀର ସିଂ, ଦୀପିକା ପାଦୁକୋନ, ଆମିର ଖାଁ, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ଅନନ୍ଯା ପାଣ୍ଡେ, ରଣବୀର କପୁର, ଭିକ୍କି କୌଶଲ, କାଟ୍ରିନା କୈଫ, ବିଭିନ୍ନ ଦଳର ନେତା ପ୍ରମୁଖ। ୧୪ରେ ହେବ ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ। ଅନନ୍ତ ଓ ରାଧିକାଙ୍କ ବିବାହ ଚଳିତ ଦଶନ୍ଧିର ସବୁଠାରୁ ଚର୍ଚ୍ଚିତ ବିବାହ ବୋଲି କୁହାଯାଉଛି। ମୁକେଶ ଓ ନୀତାଙ୍କ ସାନପୁଅ ଅନନ୍ତଙ୍କ ସହ ତାଙ୍କର ପୁରୁଣା ବାନ୍ଧବୀ ତଥା ବୀରେନ ଓ ଶୈଳ ମର୍ଚ୍ଚାଣ୍ଟଙ୍କ କନ୍ୟା ରାଧିକାଙ୍କ ବିବାହ ହୋଇଛି ।