ଭାରତୀୟ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏହାର ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଅବିବାହିତ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଅଫିସିଆଲ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଆସନ୍ତା ମେ ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୨୭, ୨୦୨୪ । ତେବେ ଆବେଦନ କରିବା ପାଇଁ ନିମ୍ନଲିଖିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଭାରତୀୟ ନୌସେନାରେ ଚାକିରି ପାଇଁ ଯୋଗ୍ୟତା
ଅଫିସିଆଲ ୱେବସାଇଟ୍ ଅନୁଯାୟୀ ପ୍ରାର୍ଥୀ ଜଣଙ୍କ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହ ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡ଼ରୁ ଦ୍ୱାଦଶ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । କୌଣସି କେନ୍ଦ୍ରୀୟ, ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ ସଂସ୍ଥାରୁ ଇଂଜିନିଅରିଂ(ମେକାନିକାଲ/ଇଲେକ୍ଟ୍ରିକାଲ/ଅଟୋମୋବାଇଲ/କମ୍ପ୍ୟୁଟର ସାଇନ୍ସ/ ଇନ୍ସଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜି/ସୂଚନା ପ୍ରଯୁକ୍ତିବିଦ୍ୟା)ରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମରେ ମୋଟ୍ ୫୦% ମାର୍କ ସହ ପାସ୍ ହୋଇଥିବା ଆବଶ୍ୟକ ।