ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚୌହଦିର ବିକାଶ କରୁଛନ୍ତି ରାଜ୍ୟ ସରକାର। ସବୁଜିମାମୟ ହେବ ପରିକ୍ରମା ମାର୍ଗ। ସବୁଜ ବଳୟରେ ଚକା ଆଖି ସଂଦର୍ଶନ କରିବେ ଭକ୍ତ। ପାହାଚ ଭଳି ସଜେଇ ହେବ ବୃକ୍ଷରାଜି। ଲ୍ୟାଣ୍ଡିସ୍କେପିଂ ଅଞ୍ଚଳରେ ଏଭଳି ନିଆରା ଅନୁଭବ ନେବେ ଭକ୍ତ। ସବୁଜିମାର ସୌନ୍ଦର୍ଯ୍ୟ ସହ ଫୁଲ ଓ ତୁଳସୀର ମହକ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରୁଥିବା ଭକ୍ତଙ୍କୁ ସମ୍ମୋହିତ କରିବ। ସମ୍ପୂର୍ଣ୍ଣ ପରିକ୍ରମା ମାର୍ଗରେ ପ୍ରାୟ ୧୨୦ କିସମର ୧ଲକ୍ଷ ଗଛ ଲଗାଯାଉଛି। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ରୋପଣ ହେଉଥିବା ବୃକ୍ଷରାଜି ଶ୍ରୀଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ। ବଫର୍ ଜୋନ, ବାହାର ପ୍ରଦକ୍ଷିଣ ଓ ଅନ୍ତଃ ପ୍ରଦକ୍ଷିଣ ମାର୍ଗ ପାର୍ଶ୍ବ ଫୁଲ ଓ ସାଜସଜ୍ଜା ଗଛରେ ସୁସଜ୍ଜିତ ହେବ।ନୂଆରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ଶ୍ରୀକ୍ଷେତ୍ରର କଳେବର। ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ନିର୍ବିଘ୍ନ ଶ୍ରୀମନ୍ଦିର ପରିକ୍ରମା ସହ ସାଧନାର ମୂଳପୀଠ ପାଲଟିବାକୁ ଯାଉଛି ଶ୍ରୀମନ୍ଦିର। ଏହି ପ୍ରକଳ୍ପ ସହ ନୂଆ ଜୀବନ ପାଇଛନ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠ, ମନ୍ଦିର। ପୂର୍ବରୁ ଜବରଦଖଲ ଓ ଦୋକାନବଜାରର ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇପଡ଼ୁଥିବା ଏହି ମଠ, ମନ୍ଦିର ଏବେ ମୁକ୍ତନିଃଶ୍ବାସ ଛାଡ଼ିବା ସହ ଝଲସିବା ଆରମ୍ଭ କରିଛନ୍ତି। ନୂଆ ଜୀବନ ପାଇଛି ମଠ, ମନ୍ଦିରର ପୁରୁଣା ଐତିହ୍ୟ। ଜୀବନ୍ତ ରୂପ ପାଇଛନ୍ତି କାରୁକାର୍ଯ୍ୟ। ପୁରୁଣା ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ୧୭ଟି ମଠ ଓ ୩ଟି ମନ୍ଦିରର ଚାଲିଛି ନବକଳେବର।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post