ନନ୍ଦନକାନନ ପ୍ରତିଷ୍ଠା ଦିବସ ଆଜି

ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା  । ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ନନ୍ଦନକାନନର ପରିସର ବୃଦ୍ଧି କରାଯିବ ଓ ୨ ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର୍‌ ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ ଏନ୍‌‌କ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।