ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ

ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଦୁନିଆରେ ଅଜବ ଅଜବ ପ୍ରଥା ପରମ୍ପରା ରହିଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଏହି ପରି କିଛି ଅଜବ ନୀତି ରହିଛି ପାକିସ୍ତାନ ସରକାରଙ୍କର । ଯାହା ପାଇ ସେ ଚର୍ଚ୍ଚାର ବିଷୟ ପାଲଟିଛି ।ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନା ବି କରାଯାଇଛି। କିଛି ମାସ ପୂର୍ବରୁ ଏକ ନିୟମକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ପାକିସ୍ତାନର ସିନ୍ଧ ରାଜ୍ୟରେ ଏକ ସ୍ବତନ୍ତ୍ର ବିଲ୍ ପ୍ରସ୍ତାବ ଦିଆଯାଇଥିଲା। ଏହି ବିଲ୍ ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଲ୍ରେ କୁହାଯାଇଛି ଯେ, ପିଲାଙ୍କୁ ୧୮ବର୍ଷ ହେବା ପରେ ବିବାହ ବାଧ୍ୟତାମୂଳକ କରାଯିବା ଉଚିତ୍।

ଏହା ବ୍ୟତୀତ ଯେଉଁମାନେ ଏହି ନିୟମ ପାଳନ କରୁନାହାନ୍ତି ସେମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। ପାକିସ୍ତାନୀ ରାଜନେତାମାନେ ଯୁକ୍ତି କରନ୍ତି, ଏହା ଗଣବଳାତ୍କାର ଏବଂ ଶିଶୁ ବଳାତ୍କାରକୁ ରୋକିବାରେ ସହାୟକ ହେବ।ଏହା ସହ ଯଦି ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ସହିତ ବୁଲିବା ବା ରହିବା ସମୟରେ ଧରାଯାଏ, ତେବେ ତାଙ୍କୁ ଜେଲ୍ ଦଣ୍ଡ ମିଳିଥାଏ। ଏଠାରେ କୌଣସି ଝିଅଙ୍କ ସହିତ କେହି ପୁରୁଷ ବନ୍ଧୁ ହୋଇପାରିବେ ନାହିଁ। ବିବାହ ପୂର୍ବରୁ ଝିଅ ପୁଅ ଏକାଠି ହୋଇପାରିବେ ନାହିଁ ବୋଲି କଡ଼ା ନିୟମ ରହିଛି ।