ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ
ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ ହୋଇଥିବା ଯୁବକକୁ କାରରୁ କାଢି ନିଜ କୋଳରେ ଧରି ଦୌଡୁଥିବା ନଜର ଆସିଥିଲେ। ଏହାକୁ ତାଙ୍କ ଫ୍ୟାନ୍ସ ଦେଖି ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।
ସୂଚନା ମୁତାବକ, ସୋନୁ ସୁଦଙ୍କ ଏହି ଭିଡିଓ ମଙ୍ଗଳବାର ରାତି ମାଗୋ ଜିଲ୍ଲାର ବୋଲି ଜଣାପଡିଛି । ଜିଲ୍ଲାର କୋଟକପୁରା ବାଇପାସ୍ କାର ଦୁର୍ଘଟଣା ହୋଇଥିଲା। ଏହି ବାଟରେ ସୋନୁ ସୁଦ ନିଜ ଟିମ୍ ସହିତ ଏହି ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଦେଖି ନିଜ କାରକୁ ଅଟକାଇଥିଲେ। କାରକୁ ଅଟକାଇ ନିଜ ଟିମ୍ ସହିତ ଦୁର୍ଘଟଣା ଘଟିଥିବା କାରରେ ଫସିଥିବା ଯୁବକକୁ ଉଦ୍ଧାର କରିଥିଲେ। ନିଜ କୋଳରେ ଆହତ ଯୁବକଙ୍କୁ ଧରି ନିଜ କାରରେ ନେଇ ହସପିଟାଲରେ ପହଞ୍ଚିଥିଲେ।
ଏହି ଭିଡିଓକୁ ଗଗନଦୀନ ସିଂ ନାମକ ଜଣେ ୟୁଜର୍ସ ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଅନେକ ପ୍ରଶଂସାର ସୁଅ ଛୁଟୁଛି। ପୂର୍ବରୁ କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଥିଲେ ସୋନୁ ସୁଦ । ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତଙ୍କ ପାଇଁ ଖାଇବା, ପିଇବା ଠାରୁ ଘରକୁ ପଠାଇବାର ବନ୍ଦୋବସ୍ତ କରିଥିଲେ। ଯାହା ପାଇଁ ସେ ଅନେକ ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି।