ଭକ୍ତି ଓ ପର୍ଯ୍ୟଟନର ଅଦ୍ଭୁତ ସମାହାର ମହାବିନାୟକ କ୍ଷେତ୍ର

binjharpur

ଓଡ଼ିଶା ର ପଞ୍ଚକ୍ଷେତ୍ର ମଧ୍ୟରେ ଅଗ୍ରଗଣ୍ୟ କ୍ଷେତ୍ର, ମହାବିନାୟକ କ୍ଷେତ୍ର ଯେଉଁଠାରେ ଶିବ, ପାର୍ବତୀ, ବିଷ୍ଣୁ ଓ ସୂର୍ଯ୍ୟ ଉପସ୍ଥିତ ହୋଇ ପ୍ରଭୁ ଶ୍ରୀ ଗଣେଶ ଙ୍କ ଜୀବନ୍ୟାସ କରାଇଥିଲେ । ପଞ୍ଚ ଦେବଙ୍କ ଉପସ୍ଥିତି କାରଣରୁ ଏହା ପଞ୍ଚ ଶୈବ କ୍ଷେତ୍ର ମଧ୍ୟରୁ ଆଦ୍ୟ କ୍ଷେତ୍ର । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକଠାରୁ ମାତ୍ର ଛଅ କିଲୋମିଟର ଦୂରରେ ଅବସ୍ଥିତ ପ୍ରଭୁ ମହାବିନାୟକ ଙ୍କ ମନ୍ଦିର ।

ପାହାଡ଼, ଜଙ୍ଗଲ ଘେରା ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ବିରାଜମାନ କରିଛନ୍ତି ପ୍ରଭୁ ମହା ବିନାୟକ । କଥିତ ଅଛି, କେଶରୀ ରାଜାଙ୍କ ରାଜତ୍ଵ କାଳରେ ଏକ ବାଛୁରୀ ନଥିବା ଗାଈ ଏହି ଜଙ୍ଗଲ ମଧ୍ୟକୁ ଆସେ ଓ ଏହି ସ୍ଥାନରେ କ୍ଷୀର ଝରାଇ ପୁନର୍ବାର ଗୋଠକୁ ଚାଲିଯାଏ । ନିକଟରେ ବସବାସ କରୁଥିବା ଶବର ମାନେ ଏହାଦେଖି ରାଜାଙ୍କୁ କହିଲେ । ରାଜା ଏହି ଜାଗାର ମାହାତ୍ମ୍ୟ ଜାଣିବା ଲାଗି ମାଟି ଖୋଳାଇଲେ ।chandikhol-mahavinayak

ଖନନ ସମୟରେ ଏକ ଶିଳା ରେ ଆଘାତ ଲାଗି ରକ୍ତ ବାହାରିବାକୁ ଲାଗିଲା ।। ଏଣୁ ହାତରେ ମାଟି ବାହାର କରି ଶ୍ରୀ ଗଣେଶ ଙ୍କ ଛେଦିତ ମୁଣ୍ଡ ଆକୃତି ର ଶିଳା ପାଇଲେ । ଏହା ଶିବ ଙ୍କ ଦ୍ଵାରା ଛେଦିତ ଗଣେଶଙ୍କର ମସ୍ତକ ବୋଲି ବିଶ୍ୱାସ କରାଯାଏ ।ସେହିଦିନରୁ ଏହା ମହାବିନାୟକ ନାମରେ ପୂଜାପାଉଛନ୍ତି । ମାତା କୁନ୍ତୀ,ପାଣ୍ଡବ ମାନଙ୍କର ବନବାସ ସମୟରେ ପୁତ୍ରମାନଙ୍କର ମଙ୍ଗଳ କାମନା କରି ଏଠାରେ ପୂଜାର୍ଚ୍ଚନା କରିଥିବା ଶୁଣାଯାଏ । ପ୍ରତ୍ୟେକ ଦିନ ଶହଶହ ଭକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଭୁଙ୍କ ଦର୍ଶନ କରିଥାଆନ୍ତି ।ମହାବିନାୟକ ମନ୍ଦିରରୁ ତିନି ଶହ ଗୋଟି ପାହାଚ ଚଢିଲେ ମା ବନ ଦୁର୍ଗାଙ୍କ ମନ୍ଦିର ।

ଏଠାରେ ପ୍ରାକୃତିକ ଶୋଭା ଅତ୍ୟନ୍ତ ମନ୍ତ୍ର ମୁଗ୍ଧ କର । ପର‌୍ୟ୍ୟଟକ ମାନଙ୍କ ରହଣି ଲାଗି ଏଠାରେ ଏକ ପାନ୍ଥଶାଳା ବ୍ୟବସ୍ଥା କଲେ ଅଧିକରୁ ଅଧିକ ପର‌୍ୟ୍ୟଟକ ଉପକୃତ ହେବେ ।
ଯାଜପୁରରୁ ନୃସିଂହ ମିଶ୍ରଙ୍କ ରିପୋର୍ଟ, ମେଟ୍ରୋ ଟିଭି ଓଡ଼ିଶା