ଭାରତର ଜନସଂଖ୍ୟା ବଢ଼ିବଢ଼ି ଯାଉଥିବା ବେଳେ ଏବେ ଚୀନକୁ ଟପିଥିବା ଚର୍ଚା ହେଉଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ୟୁନାଇଟେଡ ନେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ କେବେ ଭାରତର ଜନସଂଖ୍ୟା ଟପିଲା ଏବଂ କିଭଳି ଗଣନା କରାଗଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ଚୀନ୍ ରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର ରିପୋର୍ଟରୁ ଜଣାପଡ଼ିଛି। ଭାରତର ଜନସଂଖ୍ୟାର ୨୫% ଜନତା ହେଉଛନ୍ତି ୦-୧୪ ବୟସ ବର୍ଗର, ୧୮% ହେଉଛନ୍ତି ୧୦-୧୯ ବୟସ ବର୍ଗର, ୨୬% ହେଉଛନ୍ତି ୧୦-୨୪ ବୟସ ବର୍ଗର, ୬୮% ହେଉଛନ୍ତି ୧୫-୬୪ ବୟସ ବର୍ଗର ଏବଂ ୭% ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର। ଏହା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିଜସ୍ୱ ଡାଟାକୁ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।
ଭାରତର ଜନସଂଖ୍ୟା ୧,୪୨୮.୬ ନିୟୁତ ଥିବା ବେଳେ ଚୀନ୍ର ଜନସଂଖ୍ୟା ୧,୪୨୫.୭ ନିୟୁତ।
ରିପୋର୍ଟର ‘ଡିମୋଗ୍ରାଫିକ୍ ଇଣ୍ଡିକେଟର୍ସ’ ବର୍ଗରେ ଏହି ସତ୍ୟତମ ତଥ୍ୟ ଦିଆଯାଇଛି। ୧୯୫୦ ମସିହା ପରେ ଭାରତର ପ୍ରଥମ କରି ଭାରତର ଜନସଂଖ୍ୟା ଚୀନ୍କୁ ଟପିଯାଇଛି।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ