ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ ମେୟର୍ସ, ମଧ୍ୟଭାଗରେ ନିକୋଲାସ ପୂରନ ଓ ମାର୍କସ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରିବାରେ ଦମ ରଖିଛନ୍ତି । କୃଷ୍ଣାପ୍ପା ଗୌତମ ଓ କୃନାଲ ପାଣ୍ଡ୍ୟା, ଦ୍ରୁତ ବୋଲର ମାର୍କ ଉଡ୍ ଓ ଆୱେସ ଖାନଙ୍କ ବୋଲିଂ ମଧ୍ୟ ଭଲ ରହିଛି। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ଦୃଢ଼ ବ୍ୟାଟିଂ ଲାଇନ୍ ରଖିଛି। ଏମାନେ ପାୱାର ପ୍ଲେରେ ବଡ଼ ସ୍କୋର୍ କରି ଭଲ ଆରମ୍ଭ ଦେଉଛନ୍ତି। ଅନ୍ୟପକ୍ଷରେ ରୟାଲ୍ସର ଚୂଡ଼ାନ୍ତ ଏକାଦଶରେ ସ୍ପିନର ୟୁଝବେନ୍ଦ୍ର ଚହଲ, ଆଦାମ ଜମ୍ପା ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି। ଏମାନେ ବିପକ୍ଷ ଦଳକୁ ଅସୁବିଧାରେ ପକାଇବାରେ ସିଦ୍ଧହସ୍ତ। ସ୍ପିନରଙ୍କ ବାଦ୍ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଅନ୍ୟ ଟିମକୁ ଅସୁବିଧାରେ ପକାଇପାରିବେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ