ଭୁବନେଶ୍ବର: ରାଜଧାନୀରେ ମଶାଙ୍କ ଉତ୍ପାତ ବଢ଼ି ବଢ଼ିଚାଲିଛି । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଶା । ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ । ଦିନ ହେଉ ଅବା ରାତି ରାଜଧାନୀବାସୀ ମଶାଙ୍କ କାମୁଡା ଖାଇ ହନ୍ତସନ୍ତ ହେଉଛନ୍ତି । ମଶାଙ୍କ ପ୍ରାଦୁର୍ଭାବ ନେଇ ସରକାରଙ୍କୁ ଘେରିବା ସହ ବୁଦ୍ଧିଜୀବୀମାନେ ସ୍ବର ଉଠାଇବା ଆରମ୍ଭ କରିଛନ୍ତି । ନିଜର କଳ ବଳ କାମ କରୁଥିବାରୁ ବିଏମସି ଏବେ କୋଲକତା ମଡେଲରେ ମଶାବଂଶ ନାଶ କରିବାକୁ ଯୋଜନା କରୁଥିବା ଚର୍ଚା ହେଉଛି । କୋଲକାତା ମଡେଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇ ମଶା ଦମନ କରିବାକୁ ଓହ୍ଲାଇଛି ବିଏମସି। ଡ୍ରୋନ୍ ପଦ୍ଧତିରେ ମଶାଙ୍କ ଉତ୍ପତିସ୍ଥଳ ଚିହ୍ନଟ କରିବା ପରେ ମଶା ବଂଶ ନାଶ ପାଇଁ କୀଟନାଶକ ସ୍ପ୍ରେ କରାଯାଉଛି। ତେବେ ଏଥିରେ ବିଏମସି କେତେ ସଫଳ ହେଉଛି ତାହା ଦୁଇ ସପ୍ତାହ ପରେ ଜଣାପଡିବ । ଦୈନିକ ୧୦ଟି ସ୍ଥାନରେ ପ୍ରାୟ ୧୦୦ ଲିଟର କୀଟନାଶକ ସ୍ପ୍ରେ କରିବା ପାଇଁ ଯୋଜନା ହୋଇଛି। ସେପଟେ ଆଜିଠୁ ସବୁ ଓ୍ୱାର୍ଡ ରେ ୩୦ ଜଣ ସଫେଇ କର୍ମକାରୀ ଏକା ସମୟରେ ନାଳ ନର୍ଦ୍ଦମାରେ ମଶା ତେଲ ପକାଉଛନ୍ତି । ମଶା ଧୂଆଁ ଗାଡି ମଧ୍ୟ ଏବେ ଘାଇଁ ଘାଇଁ ପ୍ରତି ଓ୍ବାଡରେ ବୁଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ କେତେ କାମ କରୁଛି ଏବଂ ମଶା ବଂଶ ନାଶ ହେଉଛି କି ନାହିଁ ତାକୁ ଅପେକ୍ଷା
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ