ସାବଧାନ ! ଆସିଲା ଟ୍ରାଫିକ ପୋଲିସର ନୂଆ ନିୟମ
ମେଟ୍ରୋ ଟିଭି ଓଡିଶା,୧୭/୧: ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ଭୋଗିପାରନ୍ତି । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କ ଲାଗି ନିୟମ ଜାରି କରାଯାଇଛି ଯେଉଁମାନେ ଘନ କୁହୁଡ଼ିରେ ନିଜର ଗାଡ଼ି ନେଇ ଯାତ୍ରା କରୁଛନ୍ତି ।ଚଣ୍ଡିଗଡ଼ ଟ୍ରାଫିକ ପୋଲିସ ଅନୁଯାୟୀ, ଗାଡ଼ି ଚାଳକମାନେ ଯେତେଦୂର ସମ୍ଭବ କୁହୁଡ଼ି ସମୟରେ ଗାଡ଼ି ଚଳାନ୍ତୁନାହିଁ । କୁହୁଡ଼ି ସମୟରେ ଗାଡ଼ି ଚଳାଇବାରୁ ନିବୃତ ରୁହନ୍ତୁ । ଗାଡ଼ିକୁ ରାସ୍ତାକଡ଼ରେ ଠିଆ କରନ୍ତୁ ନାହିଁ। ସେହିପରି ଧିରେ ଚଳାଇବା ସହ ରିଫ୍ଲେକ୍ଟିଭ ଟେପ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି । ସାଇକେଲ ଏବଂ ପଥଚାରୀଙ୍କ ଲାଗି ସତର୍କତା ଅବଲମ୍ବନ କରନ୍ତୁ ।
ଏହା ସହିତ ମୋଟର ବାହନ ଅଧିନିୟମ ଧାରା ୧୮୦ ଅନୁସାରେ ଯଦି ଆପଣ କାର ଚଲାଇବା ସମୟରେ ଟ୍ରାଫିକ ପୋଲିସ ଦ୍ୱାରା ଅଟକ ହେଉଛନ୍ତି, ଆଉ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେବେ ଆପଣଙ୍କୁ ୫ ହଜାର ଜରିମାନା ସହିତ ୩ ମାସ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ।