୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ

କଟକ : ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦ୍ବାରା ଶହେଟନ୍‌ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରସ୍ତୁତି କାର୍ଯ୍ୟରେ ସାମିଲ୍‌ ହୋଇଛନ୍ତି।

ଏଥିରେ ୨୫ ହଜାର ୫ଶହ ମାଟିର ଦୀପ ବ୍ୟବହାର କରାଯାଇଛି। ଏହାର ଲମ୍ବ ୬୮ ଫୁଟ୍, ଚଉଡା ୪୨ ଫୁଟ୍ ଓ ଉଚ୍ଚତା ୨୫ ଫୁଟ୍‌ ରହିଥିବା ବେଳେ ଏଥିପାଇଁ ୩ଦିନ ସମୟ ଲାଗିଥିବା ଜଣାପଡ଼ିଛି। ଲିମ୍‌କା ବୁକ୍‌ ଅଫ ରେକର୍ଡରେ ଏହାକୁ ସ୍ଥାନ ଦେବାକୁ ଚିଠି ମଧ୍ୟ ହୋଇଛି ।।ବାଲିଯାତ୍ରର ତଳ ପଡ଼ିଆରେ ନିର୍ମାଣ ହୋଇଥିବା ‘କଟକ ଇନ୍‌ କଟକ ପାଭିଲିନୟନ୍‌’ରେ ଏହାକୁ ଉଦ୍‌ଘାଟନ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।