ପ୍ରଫେସର କିଶୋର ବସାଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ କେନ୍ଦ୍ର ସରକାର ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।କେନ୍ଦ୍ର ସରକାର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଏହି ସଂସ୍ଥାର ଅଧ୍ୟକ୍ଷ ହେବାରେ ପ୍ରଫେସର ଶ୍ରୀ ବସା ହେଉଛନ୍ତି ପ୍ରଥମ ଓଡ଼ିଆ। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଶୋଭାରାଣୀ ତିରୁ ଏ ନେଇ ପ୍ରଫେସର ଶ୍ରୀ ବସାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି।