ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା

ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା

ମେଟ୍ରୋ ଟିଭି ଓଡିଶା,୧୬/୧: ବର୍ଷା ସରିଯିବା ପରେ ରାଜ୍ୟରେ ଏବେ ଶୀତର ଲହରି ଆସିବ । ପୂଣି ଜାରି ହେବ ଶୀତର ପ୍ରକୋପ । ଆଗାନୀ ୩ଦିନ ଅସହ୍ୟ ଶୀତରେ ଥରିବ ପୁରା ଓଡିଶା । ଏହାକୁ ନୋଇ ପୂର୍ବାନିମାନ କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୫ଡିଗ୍ରୀ ସେଲସିୟମ ହ୍ରାସ ପାଇବ ।

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୪ଦିନ ଧରି ଲାଗିରହିଥିବା ବର୍ଷା କମିଛି। ତଥାପି ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ସକାଳୁଆ ସମୟରେ ରାଜ୍ୟରେ ହାଲୁକା କୁହୁଡ଼ିର ଦେଖାଦେବ। ୨୦ ତାରିଖ ପର‌୍ୟ୍ୟନ୍ତ ସକାଳୁଆ କୁହୁଡ଼ି ଲାଗି ରହିବ। କେତେକ ସ୍ଥାନରେ ଘନ କୁହୁଡ଼ିର ମଧ୍ୟ ସମ୍ଭାବନା ରହିଛି।