୨ଟି ଜାତୀୟ ରାଜପଥ ପାଇଁ ୮୨୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର
ମେଟ୍ରୋଟିଭିଓଡିଶା(୨.୪.୨୦୨୨):
ଓଡ଼ିଶାର ୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୮୨୨.୬୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆଜି କହିଛନ୍ତି ଯେ, ଜାତୀୟ ରାଜପଥ ନମ୍ବର ୨୦ ଓ ୩୨୬ର ସମ୍ପ୍ରସାରଣ ନିମନ୍ତେ ଏହି ଅର୍ଥ ମଞ୍ଜୁର କରାଯାଇଛି।

୨୦ ନମ୍ବର ଜାତୀୟ ରାଜପଥର କୁଆଖିଆଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ପାଇଁ ୬୩୬.୧୦କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି । କୁଆଖିଆରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନକୁ ସମ୍ପ୍ରସାରଣ କରାଯିବ ଏଥିପାଇଁ ଆବଶ୍ୟକ ଜମି ମଧ୍ୟ ଅଧିଗ୍ରହଣ ନିମନ୍ତେ ଏହି ବଜେଟରେ ବ୍ୟୟବରାଦ ହୋଇଛି ।