ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି ଆମେରିକା

ହ୍ୱାଇଟହାଉସ ଅନୁସାରେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ତଥା ବିସ୍ତୃତ ପରମାଣୁ ବାର୍ତ୍ତା ନିମନ୍ତେ ରୂପରେଖ ପ୍ରସ୍ତୁତି ଲାଗି ଏକ ପୃଷ୍ଠାର ଜ୍ଞାପନ ମାଧ୍ୟମରେ ଉଭୟ ଦେଶ ଏବେ ବୁଝାମଣାର ନିକଟତର ହେଉଛନ୍ତି। ଆମେରିକୀୟ ଗଣମାଧ୍ୟମ ଏକ୍ସିୟୋସ୍ ବୁଧବାର ଏ ନେଇ ଦୁଇ ଆମେରିକୀୟ ଅଧିକାରୀ ଓ ପ୍ରସଙ୍ଗ ସହ ଅବଗତ ଅନ୍ୟ ଦୁଇ ସୂତ୍ରଙ୍କ ସ୍ରୋତରୁ ଏହି ସୂଚନା ଦେଇଛି। ରିପୋର୍ଟ ଅନୁସାରେ ଆମେରିକା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ତେବେ ରିପୋର୍ଟରେ ଏହା ବି କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ସେମାନେ କୌଣସି କଥା ରେ ସହମତ ହୋଇ ନାହାନ୍ତି। ହେଲେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉଭୟ ପକ୍ଷ ବୁଝାମଣାର ଏତେ ନିକଟର ମଧ୍ୟ କେବେ ହୋଇ ନାହାନ୍ତି।

ଏକ୍ସିୟୋସ ଅନୁସାରେ ଅନ୍ୟ ପ୍ରାବଧାନକୁ ଛାଡି ଏହି ବୁଝାମଣାରେ ଇରାନ ଦ୍ୱାରା ପରମାଣୁ ସମ୍ବର୍ଦ୍ଧନ ରୋକିବା ଲାଗି ସଂକଳ୍ପ ବଦଳେ ଆମେରିକା ତାର କଟକଣା ହଟାଇବା ଓ ଫ୍ରିଜ ହୋଇଥିବା ଇରାନୀ ପାଣ୍ଠି ଜାରି କରିବାକୁ ସହମତି ଦେଇଛି।ଏଥିରେ ହର୍ମୁଜ ପ୍ରଣାଳୀରେ ଜାହାଜ ଯାତାୟାତ କଟକଣା ହଟାଯିବା କଥା ମଧ୍ୟ ରହିଛି। ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ପୃଷ୍ଠାର ୧୪ ସୂତ୍ରୀୟ ବୁଝାମଣା ଜ୍ଞାପନ ଉପରେ ଆମେରିକୀୟ ଦୂତ ଷ୍ଟିଭ ୱିଟକଫ, ଜେରେଡ କୁଶ୍ନର ଓ ଇରାନୀ ଅଧିକାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ରୂପେ ଓ ମଧ୍ୟସ୍ଥଙ୍କ ମାଧ୍ୟମରେ ଆଲୋଚନା ଜାରି ରହିଛି।

ଏକ୍ସିୟୋସିସ୍ ଅନୁସାରେ ଆମେରିକା ଏବେକା ସ୍ଥିତିରେ ଜ୍ଞାପନ କ୍ଷେତ୍ରରେ ଯୁଦ୍ଧ ସମାପ୍ତି ଓ ହର୍ମୁଜକୁ ଖୋଲିବା, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବା ଓ ଆମେରିକୀୟ କଟକଣାକୁ ହଟାଇବା ଲାଗି ଏକ ବିସ୍ତୃତ ବୁଝାମଣା ଉପରେ ଆଲୋଚନା ଲାଗି ୩୦ ଦିନିଆ ଅବଧି ଆରମ୍ଭର ଘୋଷଣା କରିବ। ଜନୈକ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଏକ୍ସିୟୋସିସ୍ କହିଛି ଯେ ଏହି ୩୦ ଦିବସୀୟ ଅବଧି କାଳରେ ହର୍ମୁଜ ଦେଇ ଜାହାଜଙ୍କ ଯାତାୟାତ ଉପରେ ଇରାନ ଲଗାଇଥିବା କଟକଣା ଓ ଆମେରିକୀୟ ନୌସେନା ନାକାବନ୍ଦୀ ଧିରେ ଧିରେ ହଟିଯିବ। ତେବେ ଅଧିକାରୀ ଏହା ବି କହିଛନ୍ତି ଯେ ଯଦି ବୁଝାମଣା ବିଫଳ ହୁଏ ତେବେ ନାକାବନ୍ଦୀ ପୁଣି ଲାଗୁ ହେବା ସହ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଆମେରିକା ପୁଣି ସକ୍ଷମ ହେବ।

ତେବେ ଇରାନ ଏହା ପୂର୍ବରୁ କହିଥିଲା ଯେ ସେ ଶାନ୍ତି ବୁଝାମଣାକୁ ତେବେ ସ୍ୱୀକାର କରିବ ଯେବେ ଏହା ‘ନିରପେକ୍ଷ’ ହେବ। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଆରମ୍ଭ କରାଯାଇଥିବା ନୌସେନା ଅଭିଯାନକୁ ଅଟକାଇ ଦେଇଛନ୍ତି। ତେବେ ଏକ୍ସିୟୋସର ଏହି ରିପୋର୍ଟ ପରେ ଆମେରିକୀୟ ସେୟାର ସୂଚକାଙ୍କରେ ବୃଦ୍ଧି ଦେଖା ଯାଇଛି।

Leave a comment