ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ,ଆମେରିକା ଏବଂ ଇସ୍ରାଏଲ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟକୁ ନର୍କରେ ପରିଣତ କରିବାକୁ ଧମକ ଦେଇଛି ଇରାନ

ଚରମ ସ୍ଥିତିରେ ଇରାନ-ଆମେରିକା ଯୁଦ୍ଧ । ଦିନ ଗଡୁଛି ଲଢେଇ ଥମୁନି । ଆହୁରି ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଛନ୍ତି । ଏହାର କଡ଼ା ଜବାବ ଦେଇଛି ତେହେରାନ । ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ, ଇରାନ ତୀବ୍ର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି । ଆମେରିକା ଏବଂ ଇସ୍ରାଏଲ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟକୁ ନର୍କରେ ପରିଣତ କରିବାକୁ ଧମକ ଦେଇଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା କରିନାହିଁ ବରଂ ଆମେରିକାକୁ ଭୟଙ୍କର ପରିଣାମ ନେଇ ମଧ୍ୟ ଚେତାବନୀ ଦେଇଛି। ଇରାନ ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛି । ତୁମ (ଆମେରିକା) ପାଇଁ ନର୍କର ଦ୍ୱାର ଖୋଲି ଦେବ। ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ଶାନ୍ତି ଚୁକ୍ତି ଗ୍ରହଣ ନ କରେ, ତେବେ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିଦେବ ।

ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା କରିନାହିଁ ବରଂ ଆମେରିକାକୁ ଭୟଙ୍କର ପରିଣାମ ନେଇ ମଧ୍ୟ ଚେତାବନୀ ଦେଇଛି। ଇରାନ ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛି । ତୁମ (ଆମେରିକା) ପାଇଁ ନର୍କର ଦ୍ୱାର ଖୋଲି ଦେବ। ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ଶାନ୍ତି ଚୁକ୍ତି ଗ୍ରହଣ ନ କରେ, ତେବେ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିଦେବ। ଇରାନ ଡ୍ରୋନ୍ ଏବଂ ମିସାଇଲ ସାହାଯ୍ୟରେ ଇସ୍ରାଏଲ ଏବଂ ଆମେରିକାର ଅନେକ ସୁବିଧାକୁ ଟାର୍ଗେଟ କରିଛି । ଇବ୍ରାହିମ ଜୋଲଫାଘାରିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେବେ ଟ୍ରମ୍ପ ଏବଂ ଇସ୍ରାଏଲ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ ଖୋଲିବାକୁ ଇରାନ ଉପରେ ଚାପ ବୃଦ୍ଧି କରୁଛନ୍ତି ।

Leave a comment