ଶିଶୁ ବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ । ଶିଶୁ ବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡି । ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସ୍କୁଲ୍ । ଖଡ଼ିଛୁଆଁ ଉତ୍ସବରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁରେ ହେବ ମଡେଲ ସ୍କୁଲ୍ । ୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ । ଭୁବନେଶ୍ବର ରାଜଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ସହ ପିଲାଙ୍କ ହାତ ଧରି ପାଠ ପଢ଼ାଇଥିଲେ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କରି ଖଡ଼ି ଛୁଆଇଁଥିଲେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟରେ ଶତ ପ୍ରତିଶତ ନାମ ଲେଖାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ନାମଲେଖାକୁ ରେକର୍ଡ କରିବା ଲାଗି ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା । ଏପଟେ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ ନେଇ ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ହେଲା ପରେ ନୂତନ ବହି ପ୍ରସ୍ତୁତ ହେଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାମାନଙ୍କରେ ୫୦ ପ୍ରତିଶତ ପିଲାଙ୍କୁ ବହି ମିଳିଛି । ଖୁବଶୀଘ୍ର ଖରାଛୁଟି ଭିତରେ ବଳକା ୫୦ ପ୍ରତିଶତ ବହି ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ