ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କ୍ରମାଗତ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ବାଂଲାଦେଶକୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ।
ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରାଯିବ। ଏବେ ପ୍ରାୟ ଦୁଇ ମାସ ପରେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ।
ବାଂଲାଦେଶ ଏବେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି । ଆମେରିକୀୟ ବୈଦେଶିକ ସଚିବଙ୍କ ସହ ସାକ୍ଷାତ ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ପ୍ରସଙ୍ଗ ରେ ଆଲୋଚନା ହୋଇଛି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ହଁ, ଆମେ ବାଂଲାଦେଶ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲୁ ।