ଆଚି ବଡ଼ ଦିନ , ମଧ୍ୟରାତ୍ରୀରେ ଧରାବରଣ କରିଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରୀରେ ଧରାବରଣ କରିଲେ ପ୍ରଭୁ ଯୀଶୁ । ବଡ ଦିନ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ରାଜ୍ୟର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼ ଜମାଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ମାନଙ୍କରେ ଧୁମଧାମରେ ବଡ଼ଦିନ ପାଳନ କରାଯାଉଛି ।

ଭୁବନେଶ୍ବରର ସତ୍ୟନଗର ପାଖରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେରଳର ଥ୍ରିସୁରରେ ଥିବା କାଥେଡ୍ରାଲକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ମୁମ୍ବାଇରେ ଥିବା ଚର୍ଚ୍ଚରେ ଖ୍ରୀଷ୍ଟିଆନ ଶ୍ରଦ୍ଧାଳୁମାନେ ଏକାଠି ହୋଇ କାରୋଲ ଗାନ କରିଥିଲେ ।