ଆଫଗାନିସ୍ତାନଠାରୁ ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ଏସିଆ କପର ମ୍ୟାଚରେ ଆଫ୍ଗାନିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଆଫଗାନିସ୍ତାନଠାରୁ ହାରିଥିଲା । ସେପଟେ ଆଜି ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ ଲଢ଼େଇ ଦେଖିବାକୁ ମିଳିବ । ସଂଧ୍ୟାରେ ଏହି ମ୍ୟାଚ ଖେଳାଯିବ ।
ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମ୍ୟାଚରେ ଆଫଗାନିସ୍ତାନ ବ୍ୟାଟସମ୍ୟାନମାନେ ଭଲ ଖେଳିଥିଲେ । ତେବେ ଖେଳାଳିମାନେ ଖରାପ ଫିଲ୍ଡିଂ କରିଥିବା ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ବ୍ୟାଟସମ୍ୟାନମାନେ ଭଲ ବ୍ୟାଟିଂ କରି ମ୍ୟାଚ ଜିତିନେଇଥିଲେ ।
ଲଢ଼ୁଆ ବ୍ୟାଟିଂ କରିଥିବା ଆଫ୍ଗାନିସ୍ତାନ କୁ ଝଟକା ଦେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୭୫ ରନ୍ କରିଥିଲା । ଆଫଗାନିସ୍ତାନ ପକ୍ଷରୁ ହରହମନୁଲ୍ଲା ଗୁର୍ବାଜ-୮୪, ଇବ୍ରାହିମ ଜଦ୍ରାନ୍-୪୦, ନାଜିବୁଲ୍ଲା ଜଦ୍ରାନ୍-୧୭ ରନ କରିଥିଲେ । ଏପରି ଲାଗୁଥିଲା ଦଳ 200 ରନ ପାର କରିଯିବ କିନ୍ତୁ ଲଗାତାର ଉଇକେଟ ଯିବାରୁ ଏହା ସଂଭବ ହୋଇପାରିନଥିଲା ।
୧୭୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କା ଶେଷ ଓଭରର ପ୍ରଥମ ବଲରେ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶାଙ୍କ-୩୫, କୁସାଲ ମେଣ୍ଡିସ୍-୩୬, ଦନୁଷ୍କା ଗୁଣତିଳକା-୩୩, ଭାନୁକା ରାଜପକ୍ସ-୩୧, ୱାନିନ୍ଦୁ ହସରଙ୍ଗା-୧୬ ରନ୍ କରିଥିଲେ ।
ରହମନୁଲ୍ଲା ଗୁର୍ବାଜ-୮୪ରନ୍ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା।