୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ,ଏକ ବିଳାସପୂର୍ଣ୍ଣ ହୋଟେଲରୁ ମିଳିଲା ମୃତଦେହ

ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଦ, ଡ୍ରଗ୍ସ ଏବଂ ମାନସିକ ଚାପ ସମସ୍ୟା ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ ଘଟିଛି । ରାଜକୁମାର ଅବଦୁଲ୍ଲା କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲର ନିଜ ରୁମରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ହୋଟେଲ କର୍ମଚାରୀ ଉଦ୍ଧାର କରି ହସପିଟାଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଦାଲତ ଏହି ମାମଲାରେ କୌଣସି ଷଡଯନ୍ତ୍ର କିମ୍ବା ଆତ୍ମହତ୍ୟାର ପ୍ରମାଣ ମିଳିନଥିବାରୁ କୋର୍ଟ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ।

ବ୍ରିଟେନର ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟରେ ଶୁଣାଣି ସମୟରେ କହିଥିଲେ, ପ୍ରିନ୍ସ ଅବଦ୍ଦୁଲା ୧୯ ନଭେମ୍ବରେ ଲଣ୍ଡନର କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲରେ ଏକ ସପ୍ତାହ ପାଇଁ ରୁମ୍ ବୁକ୍ କରାଇଥିଲେ । ଏହି ହୋଟେଲରେ ପ୍ରତି ରାତିକୁ ୬୦୦ ୟୁରୋ ପଡିଥାଏ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କି, ମୃତ୍ୟୁ ପୂର୍ବରୁ ସନ୍ଧ୍ୟାରେ ହୋଟେଲରେ ବାହାରେ ସିଗାରେଟ ପିଇବା ପାଇଁ ଯାଇଥିଲେ । ଏହାପରେ ଦ୍ବିତୀୟ ଥର ପାଇଁ ହୋଟେଲରୁ ବାହାରିନଥିଲେ ।

ନଭେମ୍ବର ୨୫ ତାରିଖରେ ଜଣେ ହୋଟେଲ କର୍ମଚାରୀ ରୁମ୍ ସଫା କରିବାକୁ ପହଞ୍ଚିଲେ ଏବଂ ପ୍ରିନ୍ସଙ୍କୁ ବାଥରୁମରେ ପଡ଼ିଥିବାର ଦେଖି ହୋଟେଲ ପରିଚାଳନା ତୁରନ୍ତ ଜରୁରୀକାଳୀନ ସେବାକୁ ଫୋନ୍ କରିଥିଲେ । ପାରାମେଡିକ୍ସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା ।

ତାଙ୍କ ରକ୍ତରେ ଆଲକୋହଲର ମାତ୍ରା ନିର୍ଦ୍ଧାରିତ ଆଇନଗତ ସୀମାଠାରୁ ପ୍ରାୟ ତିନି ଗୁଣ ଅଧିକ ଥିଲା, ଯାହା ମଣିଷକୁ କୋମାକୁ ନେଇଯିବା ପାଇଁ ଯଥେଷ୍ଟ । ଏହାସହ ତାଙ୍କ ଶରୀରରୁ ଡ୍ରଗ୍ସ, ଗଞ୍ଜେଇ ଓ ଆଞ୍ଜାଇଟି ପାଇଁ ବ୍ୟବହୃତ ହେଉଥିବା ଔଷଧର ଅଂଶ ମିଳିଥିଲା । ଏହି ସବୁ ନିଶାଦ୍ରବ୍ୟ ଗୁଡ଼ିକୁ ଏକାସାଙ୍ଗେ ସେବନ ଯୋଗୁଁ ତାଙ୍କର ହୃଦଘାତ ହୋଇଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି । ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟର ଆସିଷ୍ଟାଣ୍ଟ କୋରୋନର ଜିନ୍ ହାର୍କିନ୍ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି । ଅଦାଲତ ଏହି ମାମଲାରେ କୌଣସି ଷଡଯନ୍ତ୍ର କିମ୍ବା ଆତ୍ମହତ୍ୟାର ପ୍ରମାଣ ମିଳିନଥିବାରୁ କୋର୍ଟ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୫ରେ ତାଙ୍କୁ ଲଣ୍ଡନର ରୋହାମ୍ପଟନ୍ ସ୍ଥିତ ପ୍ରିୟରି କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ମଦ୍ୟପାନ, ବେଞ୍ଜୋଡାଇଜେପିନ୍ ଏବଂ ପ୍ରେଗାବାଲିନ୍ ପାଇଁ ଡିଟକ୍ସିଫିକେସନ୍ କରାଯାଇଥିଲା ।

Leave a comment