ଅସ୍ତ୍ର ପାଇଁ ପାକିସ୍ତାନ ଏବେ ଆମେରିକା ଶରଣରେ

ପାକିସ୍ତାନ ଏବେ ଆମେରିକା ଶରଣରେ ପଶିଲାଣି । ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲା ଭାରତ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍‌ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।ଏହାସହ ପାକିସ୍ତାନର ଏୟାରବେସ୍‌କୁ ଟାର୍ଗେଟ୍‌ କରିଥିଲା । ଭାରତର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଥରହର ହୋଇଥିଲା । ଚୀନ୍‌ରୁ ଆଣିଥିବା ଆଣ୍ଟିଡିଫେନ୍ସ ସିଷ୍ଟମ ଅକାମି ହେବାରୁ ଭାରତର ମୁକାବିଲା କରିବାରେ ଅସମର୍ଥ ହୋଇଥିଲା ପଡ଼ୋଶୀ । ଏହାପରେ ବାରମ୍ବାର ଅସ୍ତ୍ରବିରତି ଅନୁରୋଧ କରିଥିଲା । ଶେଷରେ ୨ ଦେଶର ଡିଜିଏମ୍‌ଓ ସ୍ତରରେ କଥାବାର୍ତ୍ତା ହେବା ପରେ ଅସ୍ତ୍ରବିରତି କରିଛନ୍ତି । ହେଲେ ଏବେ ପାକିସ୍ତାନ ଆମେରିକାକୁ ସାହାଯ୍ୟ ମାଗିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁସାରେ, ଭାରତର ଏୟାର ଡିଫେନ୍ସ ଏବଂ ସାମରିକ ଶକ୍ତି ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଏବଂ ପାକ୍‌ ସେନାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ସ୍ଥିତିରେ ପଡ଼ୋଶୀ ଦେଶ ଏବେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆମେରିକାକୁ ନିବେଦନ କରିଛି । ୱାସିଂଟନରେ ପାକିସ୍ତାନର ଏକ ୧୩ ଜଣିଆ ପ୍ରତିନିଧି ଦଳ ସାର୍ବଜନୀନ ଭାବେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଅନୁରୋଧ କରିଛନ୍ତି । ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ କହିଛନ୍ତି, ଆମ ପାଖରେ ଥିବା ବ୍ୟବସ୍ଥା ବିଫଳ ହୋଇଥିବାରୁ ଏବେ ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ । ତେଣୁ ଆମେ ଆଲୋଚନା ପାଇଁ ଆମେରିକା ଆସିଛୁ ।

Leave a comment