ପୁଟିନଙ୍କ ସାହାର୍ଯ୍ୟ ନବାକୁ ମନକଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଶିଖର ସମ୍ମିଳନୀରେ ସାମିଲ ହେବାକୁ ନେଦରଲ୍ୟାଣ୍ଡ ହେଜରେ ଅଛନ୍ତି  । ହେଗ୍ ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ନିଜର ସାହାଯ୍ୟ ଯାଚିଥିଲେ ବୋଲି କହିଛନ୍ତ ଟ୍ରମ୍ପ ।

ଗତ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ପୁଟିନ୍ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ରୋକିବାକୁ ଯୁଦ୍ଧବିରାମ ଘୋଷଣା କରିବାକୁ ତାଙ୍କର କିଛି ସାହାଯ୍ୟ ଦରକାର କି ବୋଲି ପଚାରିଥିଲେ ପୁଟିନ୍ । ଉତ୍ତରରେ ’ ତାଙ୍କର କୌଣସି ସାହାଯ୍ୟ ଦରକାର ନାହିଁ ବୋଲି କହିବା ସହ ନିଜେ ୟୁକ୍ରେନ୍ ସହ ଜାରି ରଖିଥିବା ବିବାଦର ସମାଧାନ ଉପରେ ଗୁରୁତ୍ବ ଦେବାକୁ କହିଥିବା କହିଛନ୍ତି ।

ଟ୍ରମ୍ପ କହିଛନ୍ତି, ତାଙ୍କ ବିଶ୍ବାସ ଋଷ ସହ ଖୁବ୍ ଶୀଘ୍ର ଏକ ସହମତି ହେବ ଯାହାଦ୍ବାରା ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଶେଷ ହେବ । ଏହି ଯୁଦ୍ଧରେ ଗତ ସପ୍ତାହରେ ୬ହଜାର ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଯଦିଓ ଯୁଦ୍ଧ ଶେଷ କରିବାକୁ ଆଲୋଚନାର ଅଗ୍ରଗତି ନେଇ କିଛି କହିନାହାନ୍ତି ।

Leave a comment