ଆମେରିକାର ସଂପର୍କ ତାଇଓ୍ବାନ ସହ ବଢ଼ୁଥିବାରୁ ଚାଇନା ରାଗିପାଚି ଲାଲ ହୋଇଯାଇଛି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ।ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ ଉପୁଜିଛି । ଏଥର ଖୋଲାଖୋଲି ଭାବେ ନାଲିଆଖି ଦେଖାଇଛି ଡ୍ରାଗନ୍ । କହିଛି, ଆମେରିକାର ଜଣେ ବି ରାଜନେତା ତାଇୱାନ ମାଟିରେ ପାଦ ଦେବାକୁ ଉଦ୍ୟମ ନ କରନ୍ତୁ । ଯଦି ସେମାନେ ଏଭଳି କରନ୍ତି, ତେବେ ତାହାର ପରିଣତି ଭୋଗିବାକୁ ପଡ଼ିବ ।ପେଲୋସିଙ୍କ ଏହି ପ୍ରସ୍ତାବିତ ଗସ୍ତ ବାବଦରେ ଜାଣିବା ପରେ ଚୀନ୍ କ୍ରୋଧାନ୍ୱିତ ହୋଇଉଠିଛି । ଚୀନ୍ କହିଛି ଯେ ନାନ୍ସି ତାଙ୍କର ତାଇୱାନ ଗସ୍ତ ଯୋଜନାକୁ ତୁରନ୍ତ ରଦ୍ଦ କରିବା ଆବଶ୍ୟକ । ଏହାକୁ ନେଇ ସେ ଯଦି ଆଗକୁ ବଢ଼ନ୍ତି, ତେବେ ପରିଣତି ଖରାପ ହେବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ