ଆମେରିକାର ସଂପର୍କ ତାଇଓ୍ବାନ ସହ ବଢ଼ୁଥିବାରୁ ଚାଇନା ରାଗିପାଚି ଲାଲ ହୋଇଯାଇଛି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ।ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ ଉପୁଜିଛି । ଏଥର ଖୋଲାଖୋଲି ଭାବେ ନାଲିଆଖି ଦେଖାଇଛି ଡ୍ରାଗନ୍ । କହିଛି, ଆମେରିକାର ଜଣେ ବି ରାଜନେତା ତାଇୱାନ ମାଟିରେ ପାଦ ଦେବାକୁ ଉଦ୍ୟମ ନ କରନ୍ତୁ । ଯଦି ସେମାନେ ଏଭଳି କରନ୍ତି, ତେବେ ତାହାର ପରିଣତି ଭୋଗିବାକୁ ପଡ଼ିବ ।ପେଲୋସିଙ୍କ ଏହି ପ୍ରସ୍ତାବିତ ଗସ୍ତ ବାବଦରେ ଜାଣିବା ପରେ ଚୀନ୍ କ୍ରୋଧାନ୍ୱିତ ହୋଇଉଠିଛି । ଚୀନ୍ କହିଛି ଯେ ନାନ୍ସି ତାଙ୍କର ତାଇୱାନ ଗସ୍ତ ଯୋଜନାକୁ ତୁରନ୍ତ ରଦ୍ଦ କରିବା ଆବଶ୍ୟକ । ଏହାକୁ ନେଇ ସେ ଯଦି ଆଗକୁ ବଢ଼ନ୍ତି, ତେବେ ପରିଣତି ଖରାପ ହେବ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ