ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା , ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି କୋର୍ଟ
କ୍ଷମତାକୁ ଆସୁ ଆସୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନୂଆ ଆଇନ ଆଣୁଛନ୍ତି । ଯାହାକୁ ନେଇ ଆମେରିକା ସମେତ ସାରା ବିଶ୍ବର ବିତର୍କ ଆରମ୍ଭ ହୋଇଯାଇଛି । ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସରେ ହ୍ବୂାଇଟହାଉସର କୋଠର ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଓଭାଲ ଅଫିସରୁ ଟ୍ରମ୍ପ ଜାରି କରିଛନ୍ତି ୧୦ଟି କଠୋର ନିର୍ଦ୍ଦେ । ଆମେରିକାରେ ପ୍ରଚଳିତ ଏକାଧିକ ନିୟମକୁ ବଦଳାଉଛନ୍ତି ଟ୍ରମ୍ପ । ୧୯୬୮ର ଜନ୍ମାଧିକାର ନାଗରିକତାକୁ ବିଲୋପ କରିବାକୁ ଚାହୁଁଛନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ ନୂଆ ନିୟମକୁ ନେଇ ଚିନ୍ତାରେ ଭାରତୀୟ । ଅସ୍ଥାୟୀ ଭାବେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଡର ପଶିଛି ।ନୂଆ ନିୟମରେ ଆମେରିକାରେ ଜନ୍ମ ହେଲେ ଆଉ ମିଳିବନି ନାଗରିକତା ।
ଟ୍ରମ୍ପଙ୍କ ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି ଆମୋରିକା କୋର୍ଟ । ଆମେରିକାର ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ନେଇ ଟ୍ରମ୍ପ ଜାରି କରିଥିବା ନିର୍ଦେଶକୁ ବିରୋଧ କରି ୨୨ଟି ପ୍ରାଦେଶିକ ସରକାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୨୨ଟି ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏହା ସହିତ ଆମେରିକାନ ସିଭିଲ୍ ଲିର୍ବଟିଜ୍ ୟୁନିୟନ, ଦେଶାଟନ ସଂଗଠନ ଓ ସନ୍ତାନ ଜନ୍ମ ଦେବାକୁ ଯାଉଥିବା କିଛି ମହିଳା ଟ୍ରମ୍ପଙ୍କ ନିଷ୍ପତ୍ତି କୁ ବିରୋଧ କରୁଛନ୍ତି ।
ସେପଟେ ଏବେ ଆମେରିକାରେ ହଜାର ହଜାର ଭାରତୀୟ ଅସ୍ଥାୟୀ ଏଚ-୧ବି ଓ ଏଲ-୧ ଭିସାରେ କାମ କରୁଛନ୍ତି। ସେମାନେ ଆମେରିକାର ସ୍ଥାୟୀ ନାଗରିକ ପାଇଁ ଗ୍ରୀନ କାର୍ଡ ଅପେକ୍ଷାରେ ରହିଛନ୍ତି। ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକୀୟ ହୋଇ ନଥିବେ କିମ୍ବା ସେମାନଙ୍କ ପାଖରେ ଗ୍ରୀନ କାର୍ଡ ନ ଥିବ, ତା’ହେଲେ ସେମାନଙ୍କ ଠାରୁ ଜନ୍ମିତ ପିଲାଙ୍କୁ ଫ୍ରେବ୍ରୁଆରୀ ୨୦ ଠାରୁ ଆଉ ଆପେଆପେ ଆମେରିକୀୟ ନାଗରିକତା ମିଳିବ ନାହିଁ। ତେଣୁ ଚିନ୍ତାରେ ଅଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟ