ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ, ୪୦୦ ରୁ ଅଧିକ ଲୋକ ଆହତ
ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୪୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି। ଏହି ବିସ୍ଫୋରଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ତୃତୀୟ ପରମାଣୁ ଆଲୋଚନା ଚାଲିଛି। ତଥାପି, ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଇରାନର ତସନିମ ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ ବିସ୍ଫୋରଣ ସମୟରେ ବନ୍ଦରରେ ଅନେକ କର୍ମଚାରୀ କାମ କରୁଥିଲେ । ସେମାନେ ହିଁ ଆହତ ହୋଇଛନ୍ତି ଓ କେତେକ ମୃତ୍ୟୁବରଣ କରିଥିବାର ଆଶଙ୍କା କରାଯାଉଛି ।