ତିବ୍ଦତରେ ଭୂମିକମ୍ପ ଝଟକା ଅନୁଭୂତ,ରିକ୍ଟର ସ୍କେଲରେ ୫.୦
ନେପାଳରେ ଆସିଥିବା ଜଳପ୍ରଳୟ ପରେ ରେସକ୍ୟୁ ଅପରେସନ ଜାରି ରହିଛି । ମ୍ତକଙ୍କ ସଂଖ୍ୟା ୧୨୦୦ ପାର୍ ହେଲାଣି । ଏହାରି ଭିତରେ ନେବାଳର ପଡୋଶୀ ଦେଶ ତିବ୍ଦତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରହିଛି । ଏହି ଭୂମିକମ୍ପ ଝଟକା ନେପାଳରେ ଉପୁଜିଥିବା ପ୍ରଳୟଙ୍କରୀ ବନ୍ୟାର ଠିକ୍ ଏକ ସପ୍ତାହ ପରେ ଆସିଛି । ଭୂମିକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (ଜିଏଫଜେଡ) ଅନୁସାରେ, ଗୁରୁବାର ତିବ୍ଦତରେ ଅପରାହ୍ନ୧ଟା ୪୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ଉତ୍ପତ୍ତି ସ୍ଥଳ ଭୂ-ପୃଷ୍ଠରୁ ୧୦ କିଲୋମିଟର (୬.୨୧ ମାଇଲ) ଦୂର ରହିଥିଲା ।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଧସିଥିଲା । ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ମାଡ଼ିଆସିଥିଲା ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ । ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ଏପର୍ଯନ୍ତ ୧୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ହଜାରରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା, ସୁରକ୍ଷାକର୍ମୀ, ଜଳବିଦ୍ୟୁତ ପ୍ରକଳ୍ପର କର୍ମଚାରୀ ଏବଂ ବିଦେଶୀ ଯାତ୍ରୀ ରହିଛନ୍ତି । ଉଦ୍ଧାର, ମୃତଦେହ ଚିହ୍ନଟ ଓ DNA ପରୀକ୍ଷା ଜାରି ରହିଛି ।