ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ଆର୍ଜେଣ୍ଟିନା

ଦୋହା: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା 3-3ରେ ବରାବର ଥିଲା। ପରେ ପେନାଲଟି ସୁଟ ଆଉଟରେ 4-2ରେ ଲିଓନେଲ ମେସିଙ୍କ ଦଳ ବିଶ୍ବବିଜୟୀ ହୋଇଛି ।

ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି। ୩୬ ବର୍ଷ ପରେ ଆର୍ଜେଣ୍ଟିନା ଇତିହାସ ରଚିଛି।

ଫାଇନାଲରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଏବଂ ଫ୍ରାନସର ଏମ୍ବାପ୍ପେ ଜଲଓ୍ବା ଦେଖାଇଥିଲେ । ଶେଷରେ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା ।