ଗ୍ୟାସ ଷ୍ଟେସନରେ ବିସ୍ଫୋରଣ, 40 ଆହତ

ପୂର୍ବ ରୋମର ପ୍ରିନେଷ୍ଟିନୋ ଜିଲ୍ଲା ଗୋର୍ଡିଆନିରେ ଶୁକ୍ରବାର ସକାଳେ ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଯୋଗୁ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଜଣାପଡ଼ିନଥିଲେ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଏକ ଟ୍ୟାଙ୍କର ଟ୍ରକରୁ ପମ୍ପ ଅଲଗା ହେବା ଯୋଗୁଁ ବିସ୍ଫୋରଣ ହୋଇ ଥାଇପାରେ।

Leave a comment