ମୌସୁମୀ ଅଧିବେଶନ: ୨୯ରେ ବସିବ ସର୍ବଦଳୀୟ ବୈଠକ
ମେଟ୍ରୋ ଟିଭି ଓଡିଶା (୨୪.୬.୨୦୨୨)
ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ଏହି ବୈଠକ ବସିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ।

୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ। ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ସହ ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିବେ ସରକାର।