ଜାପାନରେ ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପ ଝଟକା, ଭୂକମ୍ପ ପରଠାରୁ ଜାପାନରେ ସୁନାମି ସତର୍କ ସୂଚନା ଜାରି

ଜାପାନରେ ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରହିଥିଲା । ଭୂକମ୍ପ ପରଠାରୁ ଜାପାନରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ଦକ୍ଷିଣ-ପଶ୍ଚିମ ଜାପାନରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ସହ ସୁନାମି ନେଇ ସତର୍କ କରାଯାଇଛି । ଜାପାନ ପାଣିପାଗ ବିଜ୍ଞାନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରଠାରୁ ଜାପାନର ଉପକୂଳବର୍ତ୍ତୀ ଅଂଚଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ମିଆଜାକି ପ୍ରିଫେକ୍ଚର ବୋଲି କୁହାଯାଉଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମଏସସି) ଅନୁଯାୟୀ ଭୂମିକମ୍ପର ଗଭୀରତା ୩୭ କିଲୋମିଟର ଥିଲା । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ର ସୂଚନା ଅନୁଯାୟୀ, ମିଆଜାକି ପ୍ରଦେଶରେ ରାତି ୯ଟା ୨୯ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଏହାର ତୀବ୍ରତା ଜାପାନ ସ୍କେଲରେ ୦-୭ ମଧ୍ୟରେ ୫ରୁ କମ୍ ଥିଲା ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ମିଆଜାକି ପ୍ରିଫେକ୍ଚର ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା ।