ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ କଲବଲ କରୁଛି ଜାଡ଼ । ଦିନ ହେଉ କି ରାତି, ଆଭ୍ୟନ୍ତରୀଣରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଶୀତର ଲହରୀ  ।  ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଆହୁରି ୨୪ ଘଣ୍ଟା ଯାଏ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କୋଲଡ ୱେଭ ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଜଙ୍ଗଲ ପାହାଡ଼ ଘେରା ଥୁଆମୂଳ ରାମପୁରେ ଦେଖିବାକୁ ମିଳିଛି ତୁଷାରପାତ ।ଦୁଇଦିନ ହେଲା ହାଡ଼ ଭଙ୍ଗା ଶୀତରେ ସମ୍ପୂର୍ଣ୍ଣ ଅଞ୍ଚଳ ଥରୁଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।  ବାଲିଗୁଡ଼ାରେ ମଧ୍ୟ ଦେଖାଦେିଛି ବରଫର ଆସ୍ତରଣ  । ହାଡ଼ ଭଙ୍ଗା ଶୀତ ଯୋଗୁଁ ଲୋକମାନେ ଘରୁ ବାହାରିବା ସମ୍ଭବ ହେଉନାହିଁ । ଘନ କୁହୁଡି ହେଉଥିବାରୁ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର ହୋଇପଡୁଛି  ।  ସେପଟେ ପ୍ରବଳ ଜାଡ଼ରେ କଷ୍ଟ ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳର ଗରିବ ଲୋକେ  ।  ଆବଶ୍ୟକୀୟ ଶୀତ ବସ୍ତ୍ର ନଥିବାରୁ ଥଣ୍ଡାରୁ ବଞ୍ଚିବା ପାଇଁ ନିଆ ହିଁ ଏକ ମାତ୍ର ସାହାରା ପାଲଟିଛି ।