ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ଏବଂ ବର୍ଷାର ପୂର୍ବାନୁମାନ

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାର ଆଠଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ଏବଂ ବର୍ଷାର ପୂର୍ବାନୁମାନ କରାଯାଇଛି। କଟକ , ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଯାଜପୁର ବାଲେଶ୍ବର ଏବଂ ମୟୁରଭଞ୍ଜର କିଛି ଅଂଶରେ ଘଣ୍ଟା ପ୍ରତି 30- ରୁ 40 କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହି ସତର୍କ ସୂଚନା ଭାରତୀୟ ସମୟ ରାତି ୮ଟାରେ ଜାରି କରାଯାଇଛି।  ଏହା ପରବର୍ତ୍ତୀ ତିନି ଘଣ୍ଟା ପାଇଁ ଜାରି ରହିବ। ଏହି ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।