ସପ୍ତାହେ ବର୍ଷିବ , କମିବ ତାପମାତ୍ରା
ସପ୍ତାହେ ବର୍ଷିବ। ଏନେଇ ବୁଧବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଗୁରୁବାର ଅର୍ଥାତ୍ ଆସନ୍ତାକାଲି ଠାରୁ କମିବ ଖରା। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୧୪ ତାରିଖ ପରେ ରାଜ୍ୟରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ହେବ । ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ । ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି।