ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି , ଆଗାମୀ ୬ ଦିନ ଯାଏ ବର୍ଷା ଲାଗି ରହିବ
ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆଗାମୀ ୬ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେବ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଥିଲା। ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଉପକୂଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିଲା। ଅପରାହ୍ନରେ ବଜ୍ରପାତ ସହ ବର୍ଷା ଭଳି ସ୍ଥିତି ଲାଗି ରହୁଥିଲା। ବୁଧବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବାରୁ ପାଗରେ ପରିବର୍ତ୍ତନ ଆସିଛି। ଆଜିଠୁ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ର ସମ୍ଭାବନା ରହିଛି। ସୃଷ୍ଟ ଘୂର୍ଣ୍ଣିବଳୟ ମୌସୁମୀକୁ ଅଧିକ ସକ୍ରିୟ କରାଇବାରେ ସହାୟକ ହେବ।