ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରି ଟପିଛି

ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରି ଟପିଛି। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଅନୁଗୁଳରେ ୩୫.୯, ଯାଜପୁରରେ ୩୫.୨, ବରଗଡ଼ରେ ୩୫.୧, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫ ଡିଗ୍ରି ଲେଖାଏ ରହିଥିଲା। ଅନୁରୂପ ଭାବେ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି।