ମାଘ ମାସରେ ବାଘ ଭଳି ଖରା,ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଟପିଛି
ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା । କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଭୋରର ଘନ କୁହୁଡ଼ି ପଡୁଥିବା ବେଳେ ଦିନ ବଢିବା ସହ ଖରା ବଢୁଛି । ବିଶେଷ କରି ଫେବ୍ରୁଆରି ତୃତୀୟ ସପ୍ତାହରୁ ଖରା ଅନୁଭୂତ ହୋଇଥାଏ। ହେଲେ ଚଳିତ ବର୍ଷ ଜାନୁଆରି ଶେଷ ଓ ଫେବ୍ରୁଆରି ମାସ ଆରମ୍ଭ ଯେଭଳି ଖରା ହେଉଛି। ତାହା ସଙ୍କେତ ଦେଉଛି ଆଗକୁ ଭୀଷଣ ଖରା ହେବ,