ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି
ପର୍ଯ୍ୟଟକଙ୍କୁ ୨୩ ସୁଦ୍ଧା ପୁରୀ ଛାଡିବାକୁ ସରକାରଙ୍କ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଭ୍ରମଣରେ ଯାଇଥିବା ପର୍ଯ୍ୟଟକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ । ଆସନ୍ତା ୨୩ ତାରିଖ ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ । ସହରରେ ଥିବା ହବିଷ୍ୟାଳିଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ବାତ୍ୟାର ରୂପ ନେବ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ମାଡ଼ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଖାସ କରି ପୁଣି ସେହି ଅକ୍ଟୋବର ମାସରେ ବାତ୍ୟା ଆସୁଥିବାରୁ ଏବେ ଅଧିକ ଚିନ୍ତା ବଢିଛି ।
୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ । ତେଣୁ ୨୪ ଓ ୨୫ ଓଡ଼ିଶା ପାଇଁ ବଡ଼ ଗୁରୁତ୍ଵପୂର୍ଣ୍ଣ । ବାତ୍ୟା ସମୟରେ ପବନର ବେଗ ୧୨୦ କି.ମି ରହିପାରେ । ୨୪ରୁ ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।